କାଲିଠାରୁ ରାଜ୍ୟର ୪ଟି ମହାନଗରରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ କୋଭିଡ ଟିକାକରଣ

ଭୁବନେଶ୍ୱର- ମଙ୍ଗଳବାରଠାରୁ ରାଜ୍ୟର ୪ ମହାନଗର ନିଗମ ଅଂଚଳରେ ୧୮ରୁ ୪୪ ବର୍ଗର ଲୋକଙ୍କୁ କୋଭିଡ ଟୀକା ଦିଆଯିବ । କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ମହାନଗର ନିଗମରେ କାଲିଠାରୁ ଏହି ବର୍ଗର ଲୋକଙ୍କ ଲାଗି ଟୀକାକରଣ ଆରମ୍ଭ ହେବ ।

ଏଥିପାଇଁ ରାଜ୍ୟ ସରକାର କିଣିଥିବା ଲକ୍ଷେ କୋଭିଶିଲ୍ଡ ଟୀକା ୪ଟି ମହାନଗର ନିଗମକୁ ଲୋକସଂଖ୍ୟା ଆଧାରରେ ଆଂବଟିତ କରାଯାଇଛି । କଟକ ମହାନଗର ନିଗମକୁ ସର୍ବାଧିକ ୩୨ ହଜାର ୮ ଶହ ଡୋଜ୍ ଦିଆଯାଇଥିବା ବେଳେ ରାଉରକେଲାକୁ ୨୭ ହଜାର ୩ ଶହ, ସମ୍ବଲପୁରକୁ ୨୦ ହଜାର ୯ ଶହ ଓ ବ୍ରହ୍ମପୁର ମହାନଗର ନିଗମକୁ ୧୯ ହଜାର ଡୋଜ୍ ଟୀକା ଦିଆଯାଇଛି ।

Comments are closed.