କାଲିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀ ସହରବାସୀ

ପୁରୀ –ଶ୍ରୀମନ୍ଦିରରେ କାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରର ଲୋକେ ତିନି ଦିଅଁଙ୍କୁ ଦର୍ଶନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗତ ୨୩ ତାରିଖରେ ଦୀର୍ଘ ୯ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର । ପ୍ରଥମ ତିନି ଦିନ କେବଳ ସେବାୟତଙ୍କ ପରିବାର ଦର୍ଶନ ପାଇଁ ବ୍ୟବସ୍ଥା ଥିଲା । କାଲିଠାରୁ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ୱାର୍ଡ ୱାରୀ ବ୍ୟବସ୍ଥା କରାଯାଇଛି । ସକାଳ ସାଢେ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡି ଦର୍ଶନ । ଦର୍ଶନ ବେଳେ ଟୋକନ ପରିଚୟ ପତ୍ରର ଯାଂଚ ହେବ । ଭକ୍ତଙ୍କ ଫଟୋଗ୍ରାଫ ନିଆଯିବ । କୋଭିଡ କଟକଣା ମଧ୍ୟରେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ଭକ୍ତ ପ୍ରସ୍ଥାନ କରିବେ ।

ଦର୍ଶନ ବ୍ୟବସ୍ଥା ସୁରୁଖୁରୁରେ ପରିଚାଳନା ପାଇଁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୯ ଜଣ ଆଇଆଇସିଙ୍କୁ ଦାୟିତ୍ୱ ଦିଆଯାଇଛି । ୩ ପ୍ଲାଟୁନ ଫୋର୍ସ ଶ୍ରୀମନ୍ଦିର ଜଗିବେ ବୋଲି କେନ୍ଦ୍ରାଂଚଳ ଡିଆଇଜି ସୂଚନା ଦେଇଛନ୍ତି ।

Comments are closed.