ରଜନୀକାନ୍ତ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦହ- ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ରକ୍ତଚାପରେ କ୍ରମାଗତ ପରିବର୍ତ୍ତନ ଯୋଗୁଁ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିକଟରେ ରଜନୀକାନ୍ତଙ୍କ ଫିଲ୍ମ ‘ଆନ୍ନାଥେ’ର ସୁଟିଂ ବନ୍ଦ ହୋଇଯାଇଥିଲା । କାରଣ ଏହି ଫିଲ୍ମ କ୍ରୁ’ର ୮ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ରଜନୀକାନ୍ତ କ୍ବାରେଣ୍ଟାଇନରେ ରହିଥିଲେ ।

ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆପୋଲୋ ହସ୍ପିଟାଲ ତରଫରୁ ଜାରି ବିବୃତି ଅନୁଯାୟୀ, ରଜନୀକାନ୍ତଙ୍କ ଠାରେ କରୋନାର କୌଣସି ଲକ୍ଷଣ ଚିହ୍ନଟ ହୋଇନାହିଁ, କିନ୍ତୁ ତାଙ୍କ ରକ୍ତଚାପରେ ଅସ୍ଥିରତା ଦେଖାଦେଇଛି। ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ଡାକ୍ତର ଦଳ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ରଜନୀକାନ୍ତ ସୁସ୍ଥ ହେବା ପରେ ହିଁ ହସ୍ପିଟାଲରୁ ଡିସଚାର୍ଜ ହେବେ।

Comments are closed.