କୃଷି ଆଇନ ଅଚଳାବସ୍ଥା: କୃଷି ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ତିନି କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବା ପରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଆନ୍ଦୋଳନରତ ଚାଷୀ ଓ କେନ୍ଦ୍ର ସରକାର ମଧ୍ୟରେ ମଧ୍ୟସ୍ଥତା କରିବାକୁ ଏକ ଚାରି ଜଣିଆ କମିଟି ଗଠନ କରିଛନ୍ତି । କୃଷି ବିଷେଶଜ୍ଞ ମାନଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ କୃଷି ଅର୍ଥନୀତିଜଜ୍ଞ ଅଶୋକ ଗୁଲାଟି, ପ୍ରମୋଦ ଯୋଶୀ, ଅନିଲ ଘନୱତ ଓ ଭୂପିନ୍ଦର ସିଂ ମାନ୍ ରହିଛନ୍ତି ।

କୃଷି ଆଇନ ଓ ଚାଷୀ ଆନ୍ଦୋଳନକୁ ନେଇ ଆଗତ ପିଟିସନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ପରବର୍ତ୍ତୀ ଆଦେଶ ଯାଏଁ ତିନି କୃଷି ଆଇନ ଉପରେ ରୋକ୍ ଲଗାଇଛନ୍ତି । ଗତକାଲି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସରକାର ଯଦି ଆଇନ ସ୍ଥଗିତ ନ ରଖନ୍ତି, ତେବେ ଆମେ ଏହା କରିବାକୁ ବାଧ୍ୟ ହେବୁ ବୋଲି କୋର୍ଟ ଚେତାବନୀ ଦେଇଥିଲେ । ଆଜି ଶୁଣାଣି ବେଳେ ଆଟିର୍ଣ୍ଣି ଜେନେରାଲ କହିଥିଲେ ଯେ, ଚାଷୀ ଆନ୍ଦୋଳନରେ କିଛି ‘ଖଲିସ୍ତାନି’ ମଧ୍ୟ ସାମିଲ ହୋଇଛନ୍ତି । ଏମାନେ ଚାଷୀଙ୍କୁ ଉସକାଉଛନ୍ତି । ସୁପ୍ରମକୋର୍ଟ ଏନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.