କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ କରୋନ ଟିକା ଦେବାକୁ ରାକେଶ ଟିକାଏତଙ୍କ ଦାବି

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଗତ ଚାରି ମାସରୁ ଊର୍ଦ୍ଧ୍ୱ କାଳ ଧରି ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ କରୋନା ଟିକା ଦେବା ପାଇଁ କୃଷକ ନେତା ରାକେଶ ଟିକାଏତ୍ ଦାବି କରିଛନ୍ତି ।

ଟିକାଏତ୍ କହିଛନ୍ତି ଯେ, ଦିଲ୍ଲୀ ସୀମାରେ ଧାରଣାରେ ବସିଥିବା ଚାଷୀମାନଙ୍କ ଟିକାକରଣ କରାଯିବା ଉଚିତ । ମୁଁ ବି ଟିକା ନେବାକୁ ଚାହୁଁଛି । କରୋନା କାରଣରୁ ଆନ୍ଦୋଳନ ବନ୍ଦ ହେବନି । ଆନ୍ଦୋଳନ ଜାରି ରହିବ । ଆମେ ଆନ୍ଦୋଳନ ସ୍ଥଳରେ ସବୁ କୋଭିଡ୍ ନିୟମ ପାଳନ କରୁଛୁ । ଜେଲ୍‌ରେ କଏଦୀ ମାନଙ୍କୁ ମଧ୍ୟ ଟିକା ଲଗାଯିବା ଉଚିତ ବୋଲି ଟିକାଏତ କହିଛନ୍ତି ।

ସମ୍ପ୍ରତି ଦେଶରେ କରୋନା ମାମଲା ବଢ଼ି ଚାଲିଛି । ଅବଶ୍ୟ କରୋନା ବିରୋଧରେ ଟିକାକରଣ ବି ଜାରି ରହିଛି । ଦେଶରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏବଂ ବିଭିନ୍ନ ଜଟିଳ ରୋଗରେ ପୀଡିତ ୪୫-୬୦ ବର୍ଷ ବୟସବର୍ଗର ଲୋକଙ୍କୁ ଟିକା ଲଗାଯାଉଛି ।

Comments are closed.