ଜାମିନ ପାଇଁ ରାକ୍ଷୀ ବାନ୍ଧିବା ସର୍ତ୍ତ ନେଇ ହାଇକୋର୍ଟ ରାୟକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ଏକ ଯୌନ ନିର୍ଯାତନା ମାମଲରେ ଅଭିଯୁକ୍ତ ଜାମିନ ପାଇବା ପାଇଁ ପୀଡିତା ହାତରୁ ରାକ୍ଷୀ ବାନ୍ଧିବାକୁ ପଡିବ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି ।

ଜୁଲାଇ ୨୦୨୦ରେ ମଧ୍ୟପ୍ରଦେଶ ହାଇକୋର୍ଟ ଏଭଳି ସର୍ତ୍ତ ଅଭିଯୁକ୍ତଙ୍କ ଆଗରେ ରଖିଥିଲେ । ମଧ୍ୟପ୍ରଦେଶ ହାଇକୋର୍ଟର ଏଭଳି ଅଜବ ରାୟକୁ ସୁପ୍ରିମକୋର୍ଟ ଓକିଲ ଅପର୍ଣ୍ଣା ଭଟ୍ଟଙ୍କ ସମେତ ଆଉ ୮ ଜଣ ମହିଳା ଚାଲେଞ୍ଜ୍ କରିଥିଲେ ।

ମଧ୍ୟପ୍ରଦେଶ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ, ପୀଡିତାଙ୍କ ଘରକୁ ଯାଇ ଅଭିଯୁକ୍ତ ପ୍ରଥମେ ତାଙ୍କ ହାତରୁ ରାକ୍ଷୀ ବାନ୍ଧିବାକୁ ପଡିବ । ତା’ ପରେ ହିଁ ତାଙ୍କୁ ଜାମିନ ଦିଆଯିବ । ତେବେ ହାଇକୋର୍ଟର ଏହି ନିଷ୍ପତ୍ତି ମହିଳାଙ୍କ ବିରୋଧରେ ହେଉଥିବା ନିର୍ଯାତନା ମାମଲାର ବିଚାରଣା ଆହୁରି ଜଟିଳ କରିଦେବ ବୋଲି ଅପର୍ଣ୍ଣା ଓ ଅନ୍ୟ ଆବେଦନକାରୀ ସୁପ୍ରିମକୋର୍ଟରେ ଦାୟର ପିଟିସନରେ ଯୁକ୍ତି କରିଥିଲେ । ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଉକ୍ତ ଆଦେଶକୁ ରଦ୍ଦ କରିବା ସହ ଏହିଭଳି ମାମଲାରେ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନେଲାବେଳେ ସତର୍କତା ଅବଲମ୍ବନ କରିବାକୁ ତଳକୋର୍ଟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.