କୃଷି ଆଇନ ବିରୋଧରେ କଟକରେ ଶିଖ୍ ସଂପ୍ରଦାୟର ବିକ୍ଷୋଭ ପ୍ରଦର୍ଶନ

କଟକ- ମୋଦି ସରକାରଙ୍କ କୃଷି ଆଇନ ବିରୋଧରେ ଓଡିଶାରେ ବି ସ୍ୱର ଉଠିଛି । କଟକର ଶିଖରପୁର ଗୁରୁ ନାନକ ଦାଟନ ସାହିବ ପକ୍ଷରୁ ଆୟୋଜିତ ହୋଇଛି ବିକ୍ଷୋଭ ଶୋଭାଯାତ୍ରା । କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଗୁରୁ ନାନକ ଦାଟନ ସାହିବ କମିଟିର ସଭାପତି ଏସ.ଜଗରାଜ ସିଂହଙ୍କ ନେତୃତ୍ୱରେ ବିକ୍ଷୋଭ ଶୋଭାଯାତ୍ରା ଗୁରୁଦ୍ୱାର ଠାରୁ ବାହାରି ସହରର ବିଭିନ୍ନ ଗଳି ମଧ୍ୟ ଦେଇ ସଭା ମଣ୍ଡପକୁ ଫେରିଥିଲା । କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପଠାଯାଇଛି ।

Comments are closed.