କେନ୍ଦ୍ରରୁ ଆସୁନାହିଁ ଆବଶ୍ୟକ ଟିକା, ୧୫୦୦ ରୁ କେବଳ ୨୧୨ କେନ୍ଦ୍ରରେ ହିଁ ଆଜି ଟିକାଦାନ

ଭୁବନେଶ୍ୱର- ରାଜ୍ୟରେ ଟିକା ନ ଥିବାରୁ କମ୍ କେନ୍ଦ୍ରରେ ହିଁ କୋଭିଡ ଟିକାକରଣ ହେଉଛି । ରାଜ୍ୟରେ ମୋଟ ୧୫ ଶହ କେନ୍ଦ୍ରରୁ ଆଜି କେବଳ ୨୧୨ଟିରେ ହିଁ ଟିକାକରଣ ହେଉଛି । ପ୍ରଥମ ଡୋଜ୍ ନେଇସାରିଥିବା ୧୭ ଲକ୍ଷ ୪୭ ହଜାର ଲୋକ ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି । ଏବେ ରାଜ୍ୟରେ କେନ୍ଦ୍ର ଦେଇଥିବା କୋଭିଶିଲ୍ଡର ୭୧ ହଜାର ୩୭୦ ଡୋଜ୍ ଥିବା ବେଳେ କେନ୍ଦ୍ରରୁ ଆସିଥିବା କୋଭାକ୍ସିନର ୨ ଲକ୍ଷ ୯୦ ହଜାର ୪୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ କିଣିଥିବା କୋଭାକ୍ସିନର ୧ ଲକ୍ଷ ୨୦ ହଜାର ୮୬୦ ଡୋଜ୍ ଅଛି । ଏଯାବତ ରାଜ୍ୟରେ ୬ ଲକ୍ଷ ୩ ହଜାର ୬୭୧ ଡୋଜ୍ ଟିକା ଦିଆ ସରିଲାଣି ।

କେନ୍ଦ୍ରରୁ ଆବଶ୍ୟକ ଟିକା ଆସିପାରୁ ନ ଥିବାରୁ ଦୈନିକ ଟାର୍ଗେଟ ପୂରଣ ହୋଇପାରୁ ନାହିଁ ।

Comments are closed.