ରାଜ୍ୟରେ ରେକର୍ଡ ୧୨୨୩୮ ନୂଆ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରୁ ୨୦୭୩, ଖୋର୍ଦ୍ଧାରୁ ୧୮୨୮, ଦିନକରେ ୧୯ ମୃତ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ପୂର୍ବର ସବୁ ରେକର୍ଡ ଭଙ୍ଗ ହୋଇଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧୨ ହଜାର ୨୩୮ ପଜିଟିଭ । ସଂଗରୋଧରୁ ୬ ହଜାର ୯୧୪ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୩୨୪ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାକୁ ପଛରେ ପକାଇ ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଦୈନିକ ସଂକ୍ରମଣ ୨ ହଜାରରୁ ଅଧିକ ହୋଇଛି । ଜିଲ୍ଲାରୁ ଦିନକରେ ଚିହ୍ନଟ ହୋଇଛନ୍ତି ୨ ହଜାର ୭୩ ପଜିଟିଭ । ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୮୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରୁ ୯୧୬, କଳାହାଣ୍ଡିରୁ ୫୮୦, ସମ୍ବଲପୁରରୁ ୫୪୪, ଅନୁଗୁଳରୁ ୪୮୦, ବରଗଡରୁ ୪୭୫, ବାଲେଶ୍ୱରରୁ ୪୩୭, ଭଦ୍ରକରୁ ୩୮୧, ପୁରୀରୁ ୩୬୯, ଯାଜପୁରରୁ ୩୧୍‌୮, ଗଞ୍ଜାମରୁ ୩୧୨, ଝାରସୁଗୁଡାରୁ ୩୦୬, ନୂଆପଡାରୁ ୨୯୦, ନବରଙ୍ଗପୁରରୁ ୨୮୨, ବଲାଙ୍ଗୀରରୁ ୨୬୦ ମୟୂରଭଞ୍ଜରୁ ୨୫୭,ରାୟଗଡାରୁ ୨୦୧, ନୟାଗଡରୁ ୧୯୪, କେନ୍ଦ୍ରାପଡାରୁ ୧୯୨, କେନ୍ଦୁଝରରୁ ୧୭୯, ଜଗତସିଂହପୁରରୁ ୧୬୮, ସୋନପୁରରୁ ୧୬୮, ଢେଙ୍କାନାଳରୁ ୧୪୨, କୋରାପୁଟରୁ ୧୩୦, ବୌଦ୍ଧରୁ ୧୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୯୧, କନ୍ଧମାଳରୁ ୬୯, ଦେବଗଡରୁ ୬୦, ମାଲକାନଗିରିରୁ ୬୦, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୯ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୪ ଜଣ ପ୍ରାଣ ହରାଇଛନ୍ତି ।

ରାଜ୍ୟରେ ଏଯାଏଁ କୋରୋନା ପଜିଟିଭଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪ ଶହକୁ ବୃଦ୍ଧି ପାଇଥିବା ବେଳେ ୪ ଲକ୍ଷ ୨୩ ହଜାର ୨୫୭ ସୁସ୍ଥ ହୋଇସାରିଲେଣି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ରହିଛି ୮୬ ହଜାର ୯୫୦ ।

Comments are closed.