କେନ୍ଦ୍ରରୁ ଆସୁନି ଆବଶ୍ୟକ ସଂଖ୍ୟକ ରେମଡେସିଭିର ଇଂଜେକସନ୍ : ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ

ଭୁବନେଶ୍ୱର-କୋରୋନା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ରେମଡେସିଭିର ଇଂଜେକସନ୍‌ର ଅଭାବ ଦେଖାଦେଇଛି । ଏପ୍ରିଲ ଶେଷ ସପ୍ତାହରେ କେନ୍ଦ୍ର , ରାଜ୍ୟକୁ ୨୧ ହଜାର ଇଞ୍ଜେକସନ୍ ଦେବାର ଥିଲା । ଗତକାଲି ୨ ହଜାର ରେମଡେସିଭିର ଇଞ୍ଜେକସନ୍ । କିନ୍ତୁ ମାତ୍ର ୯୨ଟି ଇଞ୍ଜେକସନ କେନ୍ଦ୍ରରୁ ଆସିଥିଲା ବୋଲି ଡ୍ରଗ୍ସ ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଘରୋଇ ଔଷଧ ଦୋକାନକୁ ଏହି ଇଂଜେକସନ ରଖିବାକୁ ଅନୁମତି ଦିଆଯାଇନାହିଁ । ରାଜ୍ୟରେ ଫାଭି ଫ୍ଲୁ ଔଷଧ ବିକିବାକୁ ୧ ହଜାର ୧୨୦ଟି ଦୋକାନକୁ ଅନୁମତି ମିଳିଛି । ଭୁବନେଶ୍ୱରର ୪୦ଟି ଦୋକାନ ଫାଭି ଫ୍ଲୁ ରଖିବାକୁ ଚିହ୍ନଟ ହୋଇଛି ବୋଲି ଡ୍ରଗ୍ସ ନିୟନ୍ତ୍ରକ ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି ।

Comments are closed.