କେନ୍ଦ୍ରର ଚାପ ପରେ ସନ୍ଦିଗ୍ଧ ଆକାଉଣ୍ଟ୍ ବ୍ଲକ କଲା ଟ୍ୱିଟର

ନୂଆଦିଲ୍ଲୀ – କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ ଧମକ ପରେ ଟ୍ୱିଟର ଚାଷୀ ଆନ୍ଦୋଳନ ସହ ଜଡିତ କିଛି ସନ୍ଦିଗ୍ଧ ଆକାଉଣ୍ଟକୁ ବ୍ଲକ୍ କରିଛି । ଚାଷୀ ଆନ୍ଦୋଳନ ନେଇ ବିଭ୍ରାନ୍ତିକର ସୂଚନା ଓ ଗୁଜବ ପ୍ରଚାର କରୁଥିବା ଦର୍ଶାଇ ସରକାର ୧୧୭୮ ଆକାଉଣ୍ଟକୁ ବନ୍ଦ କରିବା ଲାଗି ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ ।

ଟ୍ୱିଟର ପ୍ରଥମେ ଏହି ସବୁ ଆକାଉଣ୍ଟ୍ ବନ୍ଦ କରିବାକୁ ଅମଙ୍ଗ ହୋଇଥିଲା । କେନ୍ଦ୍ରର ଚାପ ବଢ଼ିବା ପରେ ଗତକାଲି ଟ୍ୱିଟର ଇଣ୍ଡିଆର କିଛି ଅଧିକାରୀ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଭେଟିଥିଲେ । ଏହାପରେ ଟ୍ୱିଟର କିିଛି ଆକାଉଣ୍ଟ‌କୁ କେବଳ ଭାରତରେ ବନ୍ଦ କରିଛି । ଆଉ କିଛି ଗଣମାଧ୍ୟମ ସଂସ୍ଥା, ସାମ୍ବାଦିକ, ସମାଜସେବୀ ଓ ରାଜନେତାଙ୍କ ଆକାଉଣ୍ଟ୍ ଉପରେ ଟ୍ୱିଟର ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏପରି କରାଗଲେ, ଏହା ଭାରତୀୟ ଆଇନାନୁସାର ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାରର ଉଲ୍ଲଂଘନ ହେବ ବୋଲି ଟ୍ୱିଟର ତରଫରୁ କୁହାଯାଇଛି ।

ଖଲିସ୍ତାନୀ ଓ ପାକିସ୍ତାନ ଲିଙ୍କ୍ ଥିବା ଦର୍ଶାଇ ସରକାର ୧୧୭୮ ଆକାଉଣ୍ଟକୁ ବ୍ଲକ୍ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଳନ ନ କରାଗଲେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ୱିଟରକୁ କେନ୍ଦ୍ର ଧମକ ଦେଇଥିଲା ।

Comments are closed.