କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୧ ହଜାର ମାମଲା

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୧,୦୬୭ କରୋନା ମାମଲା ସାମ୍ନାକୁ ଆସିଛି । ଦିନକରେ ଏହି ମହାମାରୀରେ ଆଉ ୯୪ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୩,୦୮୭ ଲୋକ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏବେ ମୋଟ କରୋନା ମାମଲା ୧ କୋଟି ୮ ଲକ୍ଷ ୫୮ ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୫ ହଜାର ୨୫୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୫ ଲକ୍ଷ ୬୧ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ୧ ଲକ୍ଷ ୪୧ ହଜାର ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.