କେନ୍ଦ୍ର କୃଷି ଆଇନ ବିରୋଧରେ କୃଷକ ସଂଗଠନର ଚକା ଜାମ୍

ସମ୍ବଲପୁର: କେନ୍ଦ୍ରର ୩ଟି କଳା ଆଇନ ବିରୋଧରେ ଅଖିଳ ଭାରତୀୟ କିଷାନ ସଂଘର୍ଷ ସମିତିର ଆହ୍ବାନରେ ଜିଲ୍ଲା କୃଷକ ସଂଗଠନ ତରଫରୁ ଝାରସୁଗୁଡା- ସମ୍ବଲପୁର ରାସ୍ତାର ତାଲବ ଏବଂ ସମ୍ବଲପୁର- ବରଗଡ ଜାତୀୟ ରାଜପଥର ରେମେଡରେ ରାସ୍ତା ଅବରୋଧ ।

ବିଭିନ୍ନ କୃଷକ ସଂଗଠନ ସମେତ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତା ସାମିଲ ହୋଇଛନ୍ତି ! ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି ! ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ ତ୍ରୁଣମୂଳସ୍ତରରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି !

Comments are closed.