କୋଭିଡରୁ ସୁସ୍ଥ ୮୧ ବର୍ଷୀୟ ଗୋପୀନାଥଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ବର: କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଗୋପୀନାଥ ଡାକୁଆଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ କଥା ହୋଇ ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ ।

ପରିଣତ ବୟସରେ ସେ ଯେପରି ଦୃଢ ମନୋବଳ ଓ ଗଭୀର ଆତ୍ମବିଶ୍ବାସର ସହ କୋଭିଡର ମୁକାବିଲା କରି ସୁସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ।

କୋଭିଡ ସହ ତାଙ୍କ ସଫଳ ଲଢେଇର ଅନୁଭୂତି ଅନ୍ୟମାନଙ୍କୁ ସାହସ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।

କୋଭିଡ ଚିକିତ୍ସାଳୟରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବା ସହ ଉଚିତ ସେବା ଯତ୍ନ ଯୋଗାଇ ଦିଆଯାଇଥିବାରୁ ଶ୍ରୀ ଡାକୁଆ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Comments are closed.