କୋଭିଡ ନିୟମ ଉଲ୍ଲଂଘନ ପାଇଁ ରାଜଧାନୀର ଆଉ ଏକ ଶିକ୍ଷାନୁଷ୍ଠାନ ସିଲ୍

ଭୁବନେଶ୍ୱର- ଭୁବନେଶ୍ୱରରେ ସିଲିକନ ନାମକ ଏକ ଶିକ୍ଷାନୁଷ୍ଠାନକୁ ସିଲ୍ କରିଛି ବିଏମସି । କୋଭିଟ କଟକଣା ଉଲ୍ଲଂଘନ ଅଭିଯୋଗରେ ଅନୁଷ୍ଠାନକୁ ସିଲ୍ କରିଛି ବିଏମସି । କଟକଣା ଉଲ୍ଲଂଘନ ନେଇ ପୂର୍ବରୁ ସିଲିକନକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ତେବେ ସନ୍ତୋଷଜନକ ଜବାବ ନ ମିଳିବାରୁ ପରବର୍ତ୍ତୀ ଆଦେଶ ଯାଏଁ ସିଲିକନ ଶିକ୍ଷାନୁଷ୍ଠାନକୁ ସିଲ୍ କରିଦିଆଯାଇଛି ।

Comments are closed.