ରାଜ୍ୟରେ ଦ୍ୱିତୀୟ ଲହରୀର ବେଗ ଅଧିକ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷ ୪୭ ହଜାର କୋଭିସିଲଡ୍ ଟିକା ଅଛି । ଆଜି ଆଉ ୩ ଲକ୍ଷ ୪୯ ହଜାର ଡୋଜ୍ ଟିକା ରାଜ୍ୟରେ ପହଂଚିବ । ଏହି ଟିକା ମାତ୍ର ତିନି ଦିନ ଯିବ । ଅଧିକ ଟିକା ନ ମିଳିଲେ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ । ତେଣୁ ଅଧିକ ଟିକା ପାଇଁ କେନ୍ଦ୍ରକୁ ପୁଣି ଚିଠି ଲେଖଯାଇଛି ।

ରାଜ୍ୟରେ କୋରୋନା ଯୋଗୁଁ ବର୍ତ୍ତମାନ ମୃତାହତଙ୍କ ସଂଖ୍ୟା ଅଧିକ ନ ଥିଲେ ବି ଦ୍ୱିତୀୟ ଲହରୀର ବେଗ ଅଧିକ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଲୋକେ ସତର୍କ ନ ରହିବାରୁ ଅଧିକ ସମସ୍ୟା ସୃଷ୍ଟି ହେଲା ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଦୈନିକ ୨ ଲକ୍ଷ ଟାର୍ଗେଟ ଟପିଛି କୋଭିଡ ଟିକାକରଣ । ଗତକାଲି ୨ ଲକ୍ଷ ୬୩ ହଜାର ୪୧ ଜଣଙ୍କୁ ଟିକା ଦିଆଯାଇଥିଲା । ୫ ଦିନରେ ୧୧ ଲକ୍ଷ ୫୬ ହଜାର ୭୯୭ ଜଣଙ୍କୁ ଟିକା ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

Comments are closed.