କୋରାପୁଟରେ ପଣସ ବୋଝେଇ ଟ୍ରକରୁ ଗଂଜେଇ ଜବତ

କୋରାପୁଟ – ପଣସ ବୋଝେଇ ଟ୍ରକରୁ ଗଂଜେଇ ଜବତ । କୋରାପୁଟର ଟିକାପୁଟ ଛକରୁ ଏର ପଣସ ବୋଝେଇ ଟ୍ରକରେ ଗଂଜେଇ ଚାଲାଣ ହେଉଥିବା ବେଳେ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ଜବତ କରିଛି । ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି । ମାଛକୁଣ୍ଡରୁ ଆନ୍ଧ୍ରର ଗୁଂଟୁରକୁ ଚୋରାଚାଲାଣ ହେଉଥିଲା ଗଂଜେଇ । ଗିରଫ ବ୍ୟକ୍ତିମାନଙ୍କଠାରୁ ୪ଟି ମୋବାଇଲ୍ ଫୋନ୍‌, ଟଙ୍କା ସହ ଦଶଚକିଆ ଟ୍ରକ ଜବତ କରାଯାଇଛି ।

Comments are closed.