ଟିକା ଅଭାବରୁ ରାଜ୍ୟର ୧୧ଟି ଜିଲ୍ଲାରେ ଆଜି ଟିକାକରଣ ବନ୍ଦ

ଭୁବନେଶ୍ୱର- ଟିକା ଅଭାବରୁ ଆଜି ରାଜ୍ୟରେ ୧୧ଟି ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଆଜି ଟିକା ଦିଆଯାଉ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । କେବଳ ୧୨୩ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ଆଜି ୧ ଲକ୍ଷ କୋଭିିଶିଲ୍ଡ ଟିକା ଆସିବ ବୋଲି ସୂଚନା ମିଳିଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ୫୯ ଲକ୍ଷ ୪ ହଜାର ୩୧୪ ଜଣ ଟିକା ନେଇସାରିଲେଣି ।

Comments are closed.