କୋରାପୁଟ ଗସ୍ତରେ ପୋଲିସ ଡିଜି ଅଭୟ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ

କୋରାପୁଟ- କୋରାପୁଟ ଗସ୍ତରେ ଯାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ବରିଷ୍ଠ ଅଧିକାରୀଙ୍କ ସହ ନକ୍ସଲ ବିରୋଧୀ କାର୍ଯ୍ୟାନୁଷ୍ଠାନର ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ଡିଜିପି ।

ବୈଠକରେ ଆଇନ ଶୃଙ୍ଖଳା ଏଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଯୋଗ ଦେଇଛନ୍ତି । ବୈଠକରେ ଦକ୍ଷିଣ-ପଶ୍ଚିମାଚଂଳ ରେଞ୍ଜ୍‌ର ୬ ଜଣ ଏସପି ମଧ୍ୟ ଯୋଗ ଦେଇଛନ୍ତି । ଗସ୍ତ ଅବସରରେ ଡିଜିପି ଅଭୟ ପୋଲିସ ରିଜର୍ଭ କାର୍ଯ୍ୟାଳୟର ନୂଆ କୋଠା ଉଦଘାଟନ କରିବେ ।

Comments are closed.