କୋରୋନାରେ ଚାଲିଗଲେ ଓଡିଆ ଯାତ୍ରା ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ଜଗା ରାଉତ

ଭୁବନେଶ୍ୱର- ଓଡିଆ ଯାତ୍ରା ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ଜଗା ରାଉତଙ୍କ କୋରୋନାରେ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ପୁରୀ ଜିଲ୍ଲା ନିମାପଡାରେ ଜନ୍ମିତ ଜଗା ଦୀର୍ଘ ୬୨ ବର୍ଷ ଧରି ଯାତ୍ରା ଅଭିନୟ ସହ ଜଡିତ ଥିଲେ । ସାତଶଙ୍ଖ ଅପେରା, କୋଣାର୍କ ଓ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରିଥିଲେ ଜଗା ରାଉତ ।

Comments are closed.