କୋରୋନା କାଳରେ ଗ୍ରାମାଂଚଳରେ ଜୀବନ ଓ ଜୀବିକା ଉପରେ ଗୁରୁତ୍ୱ, କୋଭିଡ-୧୯ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : କୋଭିଡ ୧୯ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ସବୁ ଉଦ୍ୟୋଗୀଙ୍କୁ ଋଣ ମିଳିବ । ସମସ୍ତଙ୍କୁ ଏକକାଳୀନ ୫୦ ହଜାର ଟଙ୍କା ଲେଖାଏଁ ଋଣ ମିଳିବ । ଏସଏଚଜି ସଭ୍ୟ ଓ ସଭ୍ୟାଙ୍କ ପରିବାର ସଦସ୍ୟ ବି ଋଣ ନେଇପାରିବେ । ଉଭୟ କୃୃଷି ଓ ଅଣକୃଷି ଉଦ୍ୟୋଗର ବିକାଶ ପାଇଁ ଋଣ ମିଳିପାରିବ ।

ଦିବ୍ୟାଙ୍ଗ, ଆଦିମ ଜନଜାତି , ବିଧବା , ତୃତୀୟ ଲିଙ୍ଗୀଙ୍କୁ ମିଳିପାରିବ ଋଣ ସୁବିଧା । ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ଉଦ୍ୟୋଗ ପାଇଁ ଲକ୍ଷେ ଟଂକା ଋଣ ମିଳିବ । ପୁରୁଣା ଉଦ୍ୟୋଗର ବିକାଶ ଓ ନୂଆ ଉଦ୍ୟୋଗ ଆରମ୍ଭ କରିବା ପାଇଁ ବି ଋଣ ନେଇହେବ । ୬ ମାସ ଯାଏଁ ବୈଧ ରହିବ ଏହି ସ୍ୱତନ୍ତ୍ର କୋଭିଡ ପ୍ୟାକେଜ । ପ୍ୟାକେଜ କରିବାରେ ସାହା ଯ୍ୟ କରିବେ ଗୋଷ୍ଠୀ ଭିିତିକ ସଂସ୍ଥା ।

ଡିଆରଡିଏ ତତ୍ୱାବଧାନରେ ପଂଚାୟତ ସ୍ତରୀୟସଂଘ ସହାୟତା ଦେବେ । କୋଭିଡ ପ୍ୟାକେଜରେ ଖର୍ଚ୍ଚ ହେବ ପଂଚାୟତ ସ୍ତରରେ ଥିବା ବଳକା ୨ ଶହ କୋଟି ଟଙ୍କା । ଜିଲ୍ଲା ଖଣିଜ ପାଣ୍ଠି ଓ ଓଏମବିଏଡିସି ପାଣ୍ଠି ମଧ୍ୟ ବ୍ୟବହାର ହେବ ।

Comments are closed.