କୋରୋନା ମୁକାବିଲା : ମାଲକାନଗିରରେ ଗୋଟିଏ ଏଏଲଏସ ସହ ୪ଟି ଆମ୍ବୁଲାନ୍‌ସ ଲୋକାର୍ପିତ

ମାଲକାନଗିରି – ମାଲକାନଗିରି ଜିଲ୍ଲାରେ କୋଭିଡ ମହାମାରୀ ବିରୋଧରେ ଲଢେଇ ଦୃଢ କରିବା ପାଇଁ ଚାରିଟି ଆମ୍ବୁଲାନ୍ସକୁ ଜିଲ୍ଲାବାସୀଙ୍କୁ ଉତ୍ସର୍ଗ କରାଯାଇଛି । ଏଥିମଧ୍ୟରେ ଗୋଟିଏ ଆଡଭାନସଡ୍ ଲାଇଫ ସେଭିଂ ( ଏଏଲଏସ ) ଆମ୍ବୁଲାନଓ ରହିଛି ।

ଜିଲ୍ଲାପାଳ ଡକ୍ଟର ୟେଦୁଲ୍ଲା ବିଜୟ ଆମ୍ବୁଲାନସଗୁଡିକୁ ଲୋକାର୍ପିତ କରିବା ସହ ମହାମାରୀ ଭଳି ଏକ ସଂକଟ ସମୟରେ ଲୋକଙ୍କୁ ପ୍ରଶାସନ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ।

Comments are closed.