କୋରୋନା ଯୋଦ୍ଧାଙ୍କ ପାଇଁ ପୂର୍ବଭଳି ଜାରି ରହିବ ଅନୁକଂପାମୂଳକ ସରକାରୀ ସହାୟତା ଯୋଜନା

ଭୁବନେଶ୍ୱର – କୋରୋନାର ଦ୍ୱିତୀୟ ଲହରୀ ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ପୂର୍ବ ଭଳି କୋରୋନା ଯୋଦ୍ଧାଙ୍କ ପରିବାରକୁ ଅନୁକଂପାମୂଳକ ସହାୟତା ଯୋଜନା ଜାରି ରହିବ । କର୍ତ୍ତବ୍ୟରତ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କା । ସଂପୃକ୍ତ ସ୍ୱାସ୍ଥ୍ୟକର୍ମୀ ପିଏମଜିକେପିରେ ସାମିଲ ହୋଇ ନ ଥିଲେ ବି ସୁବିଧା ପାଇବେ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

Comments are closed.