କ୍ୟାଟ୍ରିନା କୈଫ୍‌ଙ୍କୁ କରୋନା

ମୁମ୍ବାଇ – କରୋନା କବଳିତ ବଲିଉଡ୍ ତାରକାଙ୍କ ତାଲିକା ଲମ୍ବିବାରେ ଲାଗିଛି । ଏବେ ଏହି ତାଲିକାରେ ଯୋଡି ହୋଇଯାଇଛନ୍ତି ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ସେ କରୋନା ପଜିଟିଭ୍ ହୋଇଛନ୍ତି । ଆଜି ଏକ ଇନଷ୍ଟାଗ୍ରାମ୍ ପୋଷ୍ଟରେ କ୍ୟାଟ୍ରିନା ଏହି ସୂଚନା ଦେଇଛନ୍ତି ।

ସେ କୋଭିଡ୍‌-୧୯ ପଜିଟିଭ୍ ହୋଇଛନ୍ତି । ଘରେ ସେ ନିଜକୁ କ୍ୱାରେଣ୍ଟାଇନ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସବୁ କୋଭିଡ୍ ପ୍ରୋଟୋକଲ ପାଳନ କରୁଛନ୍ତି ବୋଲି କ୍ୟାଟ୍ରିନା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି । ତାଙ୍କ ସହ ନିକଟରେ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ, ସେମାନଙ୍କୁ ନିଜର କୋଭିଡ୍ ଟେଷ୍ଟ କରାଇବାକୁ କ୍ୟାଟ୍ରିନା ଅନୁରୋଧ କରିଛନ୍ତି ।
କିଛି ଦିନ ଧରି ବଲିଉଡ୍‌ର ଅନେକ ଜଣାଶୁଣା ତାରକା ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ଦୁଇଦିନ ତଳେ ଅକ୍ଷର କୁମାର ଓ ଗୋବିନ୍ଦା କୋଭିଡ୍ ପଜିଟିଭ୍ ହୋଇଥିଲେ । ଗତକାଲି ଭିକି କୌଶଲ ଓ ଅଭିନେତ୍ରୀ ଭୂମି ପେଦ୍ନେକର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ନେଇ ଟ୍ୱିଟ୍ କରି ଜଣାଇଥିଲେ ।

Comments are closed.