କ୍ୟାପିଟଲ ହିଂସାରେ ସାମିଲ ଥିଲେ ଆମେରିକାର ଅଲିମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ, ଜାରି ହେଲା ଗିରଫ ୱାରେଣ୍ଟ୍

‌ୱାଶିଂଟନ – ଆମେରିକାର ଅଲିମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ ସନ୍ତରଣକାରୀ କ୍ଲେଟ୍ କେଲର୍ ଏବେ ଅଡ଼ୁଆରେ । ଗତ ସପ୍ତାହରେ ଆମେରିକା ସଂସଦ ଭବନ (କ୍ୟାପିଟାଲ ବିଲ୍ଡିଂ)ରେ ଘଟିଥିôବା ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ କେଲରଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି । ଜୋ ବିଡେନଙ୍କ ବିଜୟ ଉପରେ ମୋହର ଲଗାଇବା ପାଇଁ ଜାନୁୟାରୀ ୬ରେ ସଂସଦର ମିଳିତ ଅଧିବେଶନ ଚାଲିଥିବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ସଂସଦ ଭବନ ଭିତରକୁ ଧସେଇ ପଶି ହିଂସା ଭିଆଇଥିଲେ । ସେମାନଙ୍କ ମଧ୍ୟରେ କେଲର ବି ଥିଲେ ବୋଲି ଭାଇରାଲ ହୋଇଥିବା ଉକ୍ତ ହିଂସାକାଣ୍ଡର କିଛି ଭିଡିଓ ଓ ଫଟୋରୁ ସ୍ପଷ୍ଟ ହୋଇଛି ।

କ୍ୟାପିଟଲ ହିଂସାରେ କେଲରଙ୍କ ସମ୍ପୃକ୍ତି ନେଇ ଆମେରିକୀୟ ସନ୍ତରଣ ସଂଘ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ବିଶ୍ୱ ସନ୍ତରଣ ସଂଘ ଉକ୍ତ ହିଂସାକାଣ୍ଡରେ କେଲରଙ୍କ ସମ୍ପୃକ୍ତି ସମ୍ପର୍କରେ ସ୍ପଷ୍ଟ କରିଛି । ୩୮ ବର୍ଷୀୟ କେଲର ୨୦୦୦, ୨୦୦୪ ଏବଂ ୨୦୦୮ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ । ସେ ଅଲିମ୍ପିକ୍ସରେ ଦୁଇଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାଛଡ଼ା ଏହି କ୍ରୀଡ଼ା ମହାକୁମ୍ଭରେ ସେ ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ବି ଜିତିଛନ୍ତି ।

Comments are closed.