କରୋନା ଅପଡେଟ୍‌: ଦେଶରେ ଆଉ ୧୬,୯୪୬ ଆକ୍ରାନ୍ତ ଚିହ୍ନଟ, ୧୯୮ ମୃତ

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୬,୯୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ମହାମାରୀରେ ୧୯୮ ଜଣ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଆଉ ୧୭,୬୫୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧ କୋଟି ୫ ଲକ୍ଷ ୧୨ ହଜାର ୯୩ ହୋଇଛି । ଏଥିସହ ୧ ଲକ୍ଷ ୫୧ ହଜାର ୭୨୭ ଲୋକ ଏହି ରୋଗରେ ପ୍ରାଣ ହରାଇଥିବା ବେଳେ ୧ କୋଟି ୧ଲକ୍ଷ ୪୬ ହଜାର ୭୬୩ ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ମାତ୍ର ୨ ଲକ୍ଷ ୧ ହଜାର ୬୦୩ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଗତ ୧୮ ଦିନ ଧରି ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ ତଳେ ରହିଛି । ଦେଶରେ କରୋନାରୁ ଆରୋଗ୍ୟ ହାର ୯୬.୪୩ ପ୍ରତିଶତ ରହିଥିବା ବେଳେ ମୃତ୍ୟୁହାର ୧.୪୪ ପ୍ରତିଶତକୁ ଖସିଛି ।

Comments are closed.