କ୍ୟାପିଟାଲ ହିଲ୍ ହିଂସାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ୱାଶିଂଟନରେ ୧୫ ଦିନ ଯାଏଁ ଜରୁରୀ ସ୍ଥିତି ଘୋଷଣା

ୱାଶିଂଟନ – ଆମେରିକା ସଂସଦ ଭବନ ପରିସର କ୍ୟାପିଟାଲ ହିଲ ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କ ବିଜୟକୁ ଅନୁମୋଦନ କରିବା ପାଇଁ ଆମେରିକୀୟ ସଂସଦ କଂଗ୍ରେସର ଏକ ସ୍ୱତନ୍ତ୍ର ବୈଠକ ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ହଠାତ୍ ଭିତରକୁ ଧସେଇ ପଶି ହିଂସା ଘଟାଇଥିଲେ । ସେମାନେ କ୍ୟାପିଟଲ ହଲ ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ କିଛି ସାଂସଦଙ୍କୁ ବନ୍ଧକ ବି ରଖିଥିଲେ । ଟ୍ରମ୍ପ ସମର୍ଥକଙ୍କୁ ରୋକିବା ପାଇଁ ସୁରକ୍ଷାକର୍ମୀ ଓ ପୋଲିସ୍ କର୍ମୀ ବାଧ୍ୟ ହୋଇ ଫାୟାରିଂ କରିଥିଲା । ଏଥିରେ ପ୍ରଥମେ ଜଣେ ମହିଳା ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା । ତେବେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି ଏବଂ ଏହି ଘଟଣାରେ ୫୨ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ୱାଶିଂଟନରେ ଜରୁରୀ ପରିସ୍ଥିତିକୁ ଜାନୁୟାରୀ ୧୫ ଯାଏଁ ବଢ଼ାଇବାକୁ ମେୟର ମୁରୀଲ ବୋସେର ଆଦେଶ ଦେଇଛନ୍ତି । ଏହା ପୂର୍ବରୁ କ୍ୟାପିଟାଲ ହିଲରେ ସନ୍ଧ୍ୟା ୬ରୁ ସକାଳ ୬ଟା ପର୍ଯର୍୍ୟନ୍ତ କଫ୍ରୁ୍ୟ ଜାରି କରାଯାଇଥିଲା । ଏହି ଘଟଣା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ଟ୍ୱିଟର, ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ବ୍ଲକ୍ କରିଦେଇଛନ୍ତି ।

ଅନ୍ୟପକ୍ଷେ ହିଂସାକାଣ୍ଡ ପରେ ଆମେରିକା କଂଗ୍ରେସର ଅଧିବେଶନ ପୁଣି ଆରମ୍ଭ ହୋଇଛି । ଆରିଜୋନା ପ୍ରଦେଶରେ ନିଜ ବିଜୟ ନେଇ ଟ୍ରମ୍ପଙ୍କ ଦାବିକୁ ସିନେଟ୍ ଖାରଜ କରିଛି । ଏହି ପ୍ରଦେଶରେ ବିଡେନଙ୍କୁ ବିଜେତା ରୂପେ ଘୋଷଣା କରିଛି ସିନେଟ୍ ।

Comments are closed.