ହସ୍ପିଟାଲ୍ ରୁ ଡିସ୍‌ଚାର୍ଜ ହେଲେ ସୌରଭ ଗାଙ୍ଗୁଲି

କୋଲକାତା – ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ତାଙ୍କୁ ଉଡଲାଣ୍ଡ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି । ଗତ ଶନିବାର ହୃଦଘାତର ଶିକାର ହେବା ପରେ ଗାଙ୍ଗୁୁଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଗାଙ୍ଗୁଲିଙ୍କୁ ବୁଧବାର ଡିସ୍‌ଚାର୍ଜ କରାଯିବାର ଥିଲା । ତେବେ ସେ ଆଉ ଗୋଟିଏ ଦିନ ହସ୍ପିଟାଲରେ ରହିବାକୁ ଚାହିଁଥିଲେ । ଗତ ଶନିବାର ନିଜ ଘରେ ବ୍ୟାୟାମ କରୁଥିବା ବେଳେ ଗାଙ୍ଗୁଲି ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ତାଙ୍କର ଆଉ ଏକ ଆଞ୍ଜିଓପ୍ଲାଷ୍ଟି ହେବ । କିନ୍ତୁ ଏହା ପରେ କରାଗଲେ ଚଳିବ ବୋଲି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ଗାଙ୍ଗୁଲି ଏବେ ପୂରା ଫିଟ୍ । ଘରକୁ ଫେରିବା ପରେ ମଧ୍ୟ ନିୟମିତ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ୍ କରାଯିବ ବୋଲି ଡାକ୍ତର କହିଛନ୍ତି ।

Comments are closed.