ରାଜ୍ୟରେ ଗତ ୨୪ ଘଂଟାରେ ୨୩୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୩୦ ଓ ସ୍ଥାନୀୟ ସଂକ୍ରମଣରୁ ୯୬ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୦, ଅନୁଗୁଳରୁ ୨୪, ବଲାଙ୍ଗିରରୁ ୧୮, ବରଗଡରୁ ୧୭, ସମ୍ବଲପୁରରୁ ୧୫, ଯାଜପୁରରୁ ୧୫, ଝାରସୁଗୁଡାରୁ ୧୪, ଖୋର୍ଦ୍ଧାରୁ ୧୨, କଟକରୁ ୧୨, ନୂଆପଡାରୁ ୧୧ ଓ ମୟୂରଭଂଜରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୧୦ ଓ ଗଂଜାମରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୧୫୧କୁ ବୃଦ୍ଧି ପାଇଛି । ୩ ଲକ୍ଷ ୨୭ ହଜାର ୮ ଜଣ ସୁସ୍ଥ ହୋଇସାରିଛନ୍ତି । ୨ ହଜାର ୨୦୨ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.