ଗାଙ୍ଗୁଲିଙ୍କ ପୁଣି ହେଲା ଆଞ୍ଜିଓପ୍ଲାଷ୍ଟି

କୋଲକାତା – ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପୁଣି ଆଞ୍ଜିଓପ୍ଲାଷ୍ଟି ହୋଇଛି । ଗୁରୁବାର ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ତାଙ୍କର ଆଉ ଏକ ଆଞ୍ଜିଓପ୍ଳାଷ୍ଟି କରାଯାଇଛି । ଏହି ୪୮ ବର୍ଷୀୟ କ୍ରିକେଟ୍ କିମ୍ବଦନ୍ତୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ହସ୍ପିଟାଲ ତରଫରୁ କୁହାଯାଇଛି ।

ଛାତିରେ ପୁଣି ଯନ୍ତ୍ରଣା ଅନୁଭବ କରିବାରୁ ବୁଧବାର ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଆଞ୍ଜିଓପ୍ଲାଷ୍ଟି କରାଯିବା ପୂର୍ବରୁ ଗାଙ୍ଗୁଲିଙ୍କ ଏକାଧିକ ଟେଷ୍ଟ ହୋଇଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ହସ୍ପିଟାଲକୁ ଯାଇ ଗାଙ୍ଗୁଲିଙ୍କୁ ଭେଟିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

ହୃଦ୍ ଜନିତ ସମସ୍ୟା ପାଇଁ ଗାଙ୍ଗୁଲି ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ପୂର୍ବରୁ ଜାନୁୟାରୀ ୨ରେ ହୃଦଘାତର ଶିକାର ହେବା ପରେ ଗାଙ୍ଗୁଲି ଉଡଲାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ପ୍ରାୟ ସପ୍ତାହେ କାଳ ହସ୍ପିଟାଲରେ ରହିବା ପରେ ସେ ଘରକୁ ଫେରିଥିଲେ ।

Comments are closed.