ରାଜ୍ୟ ସରକାରଙ୍କ ସହ ଜେସପିଏଲ ଅଧ୍ୟକ୍ଷଙ୍କ ଆଲୋଚନା, ଓଡିଶା ପାଇଁ ଭିଜନ ୨୦୩୦ ଉପସ୍ଥାପିତ କଲେ ନବୀନ ଜିନ୍ଦଲ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ସହ ଜିନ୍ଦଲ ଷ୍ଟିଲ୍ସ ପ୍ରାଇଭେଟ ଲିମିଟେଡ୍ –ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଆଜି ଆଲୋଚନା କରିଛନ୍ତି । ଓଡିଶା ପାଇଁ ଜେଏସପିଏଲର ଭିଜନ-୨୦୩୦ ଉପସ୍ଥାପନ କରିଛନ୍ତି ନବୀନ ଜିନ୍ଦଲ । ୨୦୩୦ ସୁଦ୍ଧା ରାଜ୍ୟରେ ୧ ଦଶମିକ ୨୦ ଲକ୍ଷ କୋଟିର ପୁଂଜିନିବେଶ କରିବ ଜେଏସପିଏଲ୍ । ଅନୁଗୁଳରେ ଜେଏସପିଏଲ ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନା ନିର୍ମାଣ କରିବ । ଏହା ହେବ ବିଶ୍ୱର ସର୍ବାଧିକ ପରିବେଶ ଅନୁକୂଳ ଇସ୍ପାତ କାରଖାନା । ଅନୁଗୁଳ ଜେଏସପିଏଲର ବାର୍ଷିକ ଉତ୍ପାଦନ କ୍ଷମତା ୪ ଗୁଣ ହେବ ବୋଲି ନବୀନ ଜିନ୍ଦଲ ସୂଚନା ଦେଇଛନ୍ତି । ବାର୍ଷିକ ୬ ନିୟୁତ ଟନରୁ ୨୫ ଦଶମିକ ୨ ନିୟୁତ ଟନକୁ କ୍ଷମତା ବୃଦ୍ଧି ପାଇବ । ଉଦଜାନ ଆଧାରିତ ଡିଆରଆଇ ଓ ଇଏଏଫ୍ ଜ୍ଞାନକୌଶଳ ବ୍ୟବହାର କରିବ ଜେଏସପିଏଲ ।

ପ୍ରସ୍ତାବିତ ଅନୁଗୁଳ ଇସ୍ପାତ କାରଖାନା ନିର୍ମାଣ ହେଲେ ରାଜ୍ୟରେ ଜେଏସପିଏଲ ୬୦ ହଜାରରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ପରୋକ୍ଷ ଭାବେ ୩ ଲକ୍ଷ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି । ଏହାଛାଡ ରାଜ୍ୟରେ ବାର୍ଷିକ ଦେଢ ଲକ୍ଷ କୋଟିର ଅର୍ଥନୈତିକ କାରବାର ସମ୍ଭାବନା ରହିଛି । ଜେଏସପିଏଲ ଯୋଜନା ଯୋଗୁଁ ରାଜ୍ୟ କୋଷାଗାରକୁ ୭୫୦୦ କୋଟିର ରାଜସ୍ୱ ମିଳିବା ସମ୍ଭାବନା ରହିଛି ।

Comments are closed.