ଗୁଜରାଟର ଚାରି ସହରରେ ବୁଧବାର ଠାରୁ ପୁଣି ରାତ୍ରିକାଳୀନ କର୍ଫ୍ୟୁ

ଗାନ୍ଧିନଗର – କରୋନାର ପ୍ରକୋପ ପୁଣି ବଢ଼ୁଥିବାରୁ ଗୁଜରାଟର ଚାରି ପ୍ରମୁଖ ସହରରେ ଆସନ୍ତାକାଲି ଠାରୁ ପୁଣି ରାତ୍ରିକାଳୀନ କର୍ଫ୍ୟୁ ଜାରି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟର ଚାରି ମହାନଗର – ଅହମ୍ମଦାବାଦ, ବରୋଦା, ସୁରତ ଓ ଏବଂ ରାଜକୋଟରେ ରାତି ୧୦ଟାରୁ ସକାଳ ୬ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ ।

ଗୁଜରାଟରେ କରୋନାର ପୁଣି ଲେଉଟାଣି ହୋଇଛି । ଆଜି ରାତ୍ୟରେ ୮୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ବଢ଼ୁଥିବା ଦେଶର ଟପ୍‌-୧୦ ରାଜ୍ୟ ମଧ୍ୟରେ ଗୁଜରାଟ ଚତୁର୍ଥ ସ୍ଥାନରେ ରହିଛି । ଗୁଜରାଟ ବ୍ୟତୀତ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟ ପ୍ରଦେଶ, ତାମିଲନାଡୁ, ହରିୟାଣା, ଦିଲ୍ଲୀ ଏବଂ ଆନ୍ଧ୍ର ପ୍ରଦେଶରେ ଦୈନିକ ମାମଲା ବଢ଼ୁଛି ।

Comments are closed.