ଗ୍ରୀଷ୍ମ ପ୍ରବାହ ନେଇ ରାଜ୍ୟ ସରକାର ସତର୍କ, ଗାଇଲାଇନ୍ସ ଜାରି କଲେ ଏସଆରସି

ଭୁବନେଶ୍ୱର- ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍‌ସ । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତାକୁ ନେଇ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି । ସଚେତନ କାର୍ଯ୍ୟରେ ସାମାଜିକ ସଂସ୍ଥାକୁ ସାମିଲ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଜଳାଭାବ ସମ୍ଭାବନା ଥିବା ସ୍ଥାନ ଚିହ୍ନଟ ପାଇଁ ସେ ପରାମର୍ଶ ଦେଇଛନ୍ତି । ଟ୍ୟୁବୱେଲ୍ ଓ ପାଇପଲାଇନ ମରାମତି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଜଳାଭାବ ଅଂଚଳକୁ ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଣ ହେବ । ଗ୍ରୀଷ୍ମ ପ୍ରବାହ ନେଇ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ । କେନାଲରେ ଆବଶ୍ୟକ ଜଳ ଛାଡିବାକୁ ଜଳ ସଂପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ‘ପାନୀୟ ଜଳ ସେବା କେନ୍ଦ୍ର’ ଖୋଲିବାକୁ କୁହାଯାଇଛି ।

Comments are closed.