ଚଳିତମାସ ୨୯ରୁ ସଂସଦର ବଜେଟ ଅଧିବେଶନ, ଫେବ୍ରୁଆରୀ ପହିଲାରେ ଆଗତ ହେବ ସାଧାରଣ ବଜେଟ୍

‌ନୂଆଦିଲ୍ଲୀ – ସଂସଦର ବଜେଟ୍ ଅଧିବେଶନ ଏହି ମାସ ୨୯ ତାରିଖରୁ ଆରମ୍ଭ ହେବ । ଏଥର ଅଧିବେଶନ ଦୁଇଟି ପର୍ଯ୍ୟାୟରେ ବସିବ । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଫେବ୍ରୁଆରୀ ୧୫ ଯାଏଁ ଚାଲିବ । ଦ୍ୱିତୀୟ ପର୍ପ୍ୟାୟ ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏଁ ଚାଲିବ । ଜାନୁଆରୀ ୨୯ ତାରିଖରେ ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧନ କରିବେ । ଫେବ୍ରୁଆରୀ ପହିଲାରେ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରାଯିବ ।
ସୂଚନାଯୋଗ୍ୟ ଯେ, କୋରୋନା ମହାମାରୀ ଯୋଗୁଁ ସଂସଦର ମୌସୁମୀ ଅଧିବେଶନ ନିର୍ଦ୍ଧାରିତ ସମୟ ଆଗରୁ ଶେଷ ହୋଇଥିଲା ।

Comments are closed.