ଲଳିତକଳା ଏକାଡେମୀ ପୁରସ୍କାର : ଏଥର ୮ ଜଣ ଶିଳ୍ପୀ ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର-୨୦୨୦-୨୧ ବର୍ଷ ପାଇଁ ଲଳିତ କଳା ଏକାଡେମୀ ପୁରସ୍କାର ଘୋଷିତ ହୋଇଛି । ଏଥର ୮ ଜଣ ଶିଳ୍ପୀ ଶ୍ରେଷ୍ଠ କୃତି ପାଇଁ ପୁରସ୍କାର ପାଇବେ । ଭାସ୍କର୍ଯ୍ୟ ପାଇଁ ବିଶ୍ୱରଂଜନ କର ଓ ସୁଧୀରଂଜନ ମହାରଥୀ ମନୋନୀତ ହୋଇଛନ୍ତି । ମୁଦ୍ରଣ କଳା ପାଇଂ ସୁଜିତ କୁମାର ସ୍ୱାଇଁ ପାଇବେ ଲଳିତ କଳା ପୁରସ୍କାର । ଡ୍ରଇଁରେ ବିକାଶ ସେନାପତି ଓ ଜଳରଙ୍ଗରେ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ମିଳିବ ପୁରସ୍କାର । ଚିତ୍ରରେ ଅନୁପ ଚାନ୍ଦ ଓ ଜ୍ୟୋତି ପ୍ରକାଶ ସେଠୀ, ପାରମ୍ପରିକ ଚିତ୍ରରେ ପ୍ରମୋଦ ମହାରଣା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

Comments are closed.