ଚଳିତ ମାସ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ରାଜ୍ୟରେ ଶୀର୍ଷରେ ରହିବ କୋରୋନା ସଂକ୍ରମଣ

ଭୁବନେଶ୍ୱର- ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡିଶାରେ କୋରୋନା ସଂକ୍ରମଣ ଶୀର୍ଷରେ ରହିପାରେ । ରାଜ୍ୟରେ କୋଭିଡ ସ୍ଥିତି ନେଇ ଡିଏମଇଟି ସି.ବି.କେ ମହାନ୍ତି ଏହି ସୂଚନା ଦେଇଛନ୍ତି । ତେବେ, ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ମହାନ୍ତି କହିଛନ୍ତି ।

ରାଜ୍ୟରେ ଅକ୍ସିଜେନ୍ ଯଥେଷ୍ଟ ପରିମାଣରେ ରହିଛି । ଗତଥରର ପିକ୍ ସମରେ ଯେତିକି ଅକ୍ସିଜେନ ଥିଲା,ଏବେ ତାଠାରୁ ବହୁତ ଅଧିକ ରହିଛି । ବିଭିନ୍ନ ସରକାରୀ ଓ ବେସରକାରୀ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି ।

ବର୍ତ୍ତମାନ ରାଜ୍ୟରେ ବେଡ୍‌, ଆଇସିୟୁ ଯଥେଷ୍ଟ ପରିମାଣରେ ରହିଛି । ୭୧ଟି କୋଭିଡ ହସପିଟାଲ୍ ଥିବା ବେଳେ ଏବେ ୩୧ଟି ଚାଲିଛି । ୨୬ ପ୍ରତିଶତ ବେଡ୍ , ୧୪ ଦଶମିକ ୧୮ ପ୍ରତିଶତ ଆଇସିୟୁ, ମାତ୍ର ୧୦ ପ୍ରତିଶତ ଭେଂଟିଲେଟର ବ୍ୟବହୃତ ହୋଇଛି ବୋଲି ମହାନ୍ତି ସୂଚନା ଦେଇଛନ୍ତି ।

Comments are closed.