ଚାକିରି ଠକେଇ ମାମଲା : ପାଠକ ବାପ-ପୁଅଙ୍କୁ ଦିିନିକିଆ ରିମାଣ୍ଡରେ ନେଲା ଗୋଳନ୍ଥରା ପୋଲିସ

ବ୍ରହ୍ମପୁର- ଚାକିରି ଠକେଇ ମାମଲାରେ ନିଲମ୍ବିତ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଗୋଳନ୍ଥରା ପୋଲିସ । ଗତକାଲି ସେମାନଙ୍କୁ ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା । ଅଭୟକାନ୍ତଙ୍କ ବିରୋଧରେ ଗୋଟିଏ ଓ ଆକାଶଙ୍କ ବିରୋଧରେ ଦୁଇଟି ମାମଲା ଗୋଳନ୍ଥରା ଥାନାରେ ରୁୁଜୁ ହୋଇଛି । ମୋଟ ତିନିଟି ମାମଲାରେ ଉଭୟଙ୍କୁ ପଚରାଉଚରା କରିବ ଗୋଳନ୍ଥରା ଥାନା ପୋଲିସ ।

Comments are closed.