କରୋନା ଅପଡେଟ୍‌: ଦେଶରେ ଆଉ ୯୩୦୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ – କ୍ରମାଗତ ଦୁଇ ଦିନ ୧୦ ହଜାରରୁ ଅଧିକ ମାମଲା ଆସିବା ପରେ ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା କମିଛି । ଭାରତରେ ଗତକାଲି ଆଉ ୯୩୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ଆଉ ୮୭ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୫,୮୫୮ ଜଣ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଭାରତରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୮୦ ହଜାର ଛୁଇଁଛି । ଏଥିମଧ୍ୟରୁ ୧ ଲକ୍ଷ ୫୫ ହଜାର ୪୪୭ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧ କୋଟି ୫ ଲକ୍ଷ ୮୯ ହଜାର ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ କେବଳ ୧ ଲକ୍ଷ ୩୫ ହଜାର ସକ୍ରିୟ ମାମଲା ରହିଛି ।

ଗତ ୨୪ ଘଣ୍ଟାରେ ଆଉ ୪.୮୭ ଲକ୍ଷ ଲୋକଙ୍କୁ ଟିକା ଲଗାଯାଇଥିଲା । ଭାରତରେ ଏଯାବତ୍ ୭୫ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ।

Comments are closed.