ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ଦୁଇ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କଲେ ସରକାର

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ୬୬ତମ ଦିନରେ ପହଞ୍ଚିଛି । ତେେ ଗତ ଚାରି ଦିନରେ ଦୁଇଥର ହିଂସା ପରେ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ କେନ୍ଦ୍ର ସରକାର ଓ ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏବେ ଚାଷୀମାନଙ୍କ ପ୍ରମୁଖ ଆନ୍ଦୋଳନ ସ୍ଥଳରେ ଇଣ୍ଟରନେଟ୍ ସେବା ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନର୍ଦ୍ଦେଶ ଦେଇଛି । ଜାତୀୟ ରାଜଧାନୀ ସୀମାବର୍ତ୍ତୀ ସିଂଘୁ, ଟିକରୀ ଓ ଗାଜିପୁରରେ ଜାନୁୟାରୀ ୩୧ ଯାଏଁ ଇଣ୍ଟରନେଟସ୍ ସେବା ବନ୍ଦ ରହିବ । ସେପଟେ ଆନ୍ଦୋଳନରତ ଚାଷୀମାନେ ଆଜି ୨୪ ଘଣ୍ଟିଆ ଅନଶନ ଆରମ୍ଭ କରିଛନ୍ତି । ଅନଶନ ମାଧ୍ୟମରେ ଜାନୁୟାରୀ ୨୬ରେ ଦିଲ୍ଲୀରେ ଘଟିଥିବା ହିଂସାର ସେମାନେ ପ୍ରାୟଶ୍ଚିତ କରିବାକୁ ଚାହୁଁଛନ୍ତି ବୋଲି ସେମାନେ କହିଛନ୍ତି ।

ଟ୍ରାକ୍ଟର ରାଲି ହିଂସାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ପଞ୍ଜାବର ଜଳନ୍ଧରରେ କିଛି ସ୍ଥାନରେ ଚଢ଼ାଉ କରିଛି । ଲାଲ୍‌କିଲ୍ଲା ହିଂସାରେ ସାମିଲ ଦୁଇ ଯୁବକ ଜଳନ୍ଧରରେ ଲୁଚିଥିବା ସୂଚନା ମିଳିବା ପରେ ଏହି ଚଢ଼ାଉ କରାଯାଇଥିଲା । ତେବେ ଅଭିଯୁକ୍ତଙ୍କୁ ପୋଲିସ୍ ଧରିପାରି ନାହିଁ ।

Comments are closed.