ଚାଷୀମାନଙ୍କୁ ରାସ୍ତାରୁ ହଟାଇବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନର ଆଜି ହେଉଛି ୨୧ତମ ଦିନ । ଚାଷୀମାନଙ୍କୁ ଦିଲ୍ଲୀ ସୀମାରୁ ହଟାଇବା ପାଇଁ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ଆବେଦନ ଆଇନ ଛାତ୍ର ଋଷଭ ଶର୍ମାଙ୍କ ଦ୍ବାରା କରାଯାଇଥିଲା। ସେ କହିଛନ୍ତି ଯେ ଚାଷୀ ଆନ୍ଦୋଳନ ଯୋଗୁଁ ରାସ୍ତା ଅବରୋଧ ପାଇଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନଗୁଡିକରେ ସାମାଜିକ ଦୂରତା ନ ଥିବାରୁ କରୋନା ହେବାର ଆଶଙ୍କା ମଧ୍ୟ ଅଛି । ଅନ୍ୟପକ୍ଷେ ଉତ୍ତରପ୍ରଦେଶର ମୁଜାଫରନଗରର ଅନେକ ଖାପ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏହି ଖାପମାନେ ୧୭ ଡିସେମ୍ବରରେ ଦିଲ୍ଲୀ ସୀମାରେ ପ୍ରଦର୍ଶନରେ ଯୋଗଦେବେ | ଅଖିଳ ଖାପ ପରିଷଦର ସଚିବ ସୁଭାଷ ବାଲାନ ଏହି ସୂଚନା ଦେଇଛନ୍ତି। ଏଠାରେ କୃଷକ ସଂଗଠନ କହିଛି ଯେ ସେମାନେ ଆଜି ଦିଲ୍ଲୀ ଏବଂ ନୋଏଡା ମଧ୍ୟରେ ଥିବା ଚିଲା ସୀମାକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରିବେ।

Comments are closed.