ଛଟ୍ ପୂଜା ପାଇଁ ଅନୁମତି ଦେଲେନି ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ – ପୋଖରୀ, ନଦୀପଠା ଭଳି ସାଧାରଣ ସ୍ଥାନରେ ଛଟ୍ ପୂଜା ପାଇଁ ଅନୁମତି ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଛନ୍ତି । କୋଭିଡ୍‌-୧୯ ଯୋଗୁଁ ପୂର୍ବରୁ ଦିଲ୍ଲୀ ସରକାର ସର୍ବସାଧାରଣ ସ୍ଥାନରେ ଏହି ପୂଜା ଉପରେ ନିଷେଧାଦେଶ ଜାରି କରିଥିଲେ ।

ଦିଲ୍ଲୀ ସରକାରଙ୍କ ଏହି ନିଷେଧାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ନଭେମ୍ବର ୨୦ରେ ଛଟ୍ ପୂଜା ପାଇଁ କୌଣସି ସର୍ବସାଧାରଣ ସ୍ଥାନରେ ସମାବେଶ ଉପରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) କଟକଣା ଲଗାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ପିଟିସନର ଶୁଣାଣି ବେଳେ ଜଷ୍ଟିସ୍ ହିମା କୋହଲି ଓ ସୁବ୍ରମନିୟମ ପ୍ରସାଦଙ୍କ ଖଣ୍ଡପୀଠ କହିଥିଲେ ଯେ, ଏଭଳି ସମାବେଶକୁ ଅନୁମତି ଦେବା ଅର୍ଥ କୋଭିଡ୍ ସଂକ୍ରମଣ ପାଇଁ ସୁପର ସ୍ପ୍ରେଡର ସାଜିବା । ସାମ୍ପ୍ରତିକ ସ୍ୱାସ୍ଥ୍ୟ ସଙ୍କଟ ଦୃଷ୍ଟିରୁ ଏଭଳି ସମାବେଶକୁ ଆମେ ଅନୁମତି ଦେବୁ ନାହିଁ ବୋଲି କହି ଖଣ୍ଡପୀଠ ପିଟିସନକୁ ଖାରଜ କରିଥିଲେ ।

Comments are closed.