ଜାତୀୟ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ସିବଲଙ୍କ ଅପିଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତୀୟ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିବାକୁ ଅପିଲ କରିଛନ୍ତି। ଦ୍ରୁତ ଗତିରେ ବଢୁଥିବା କୋଭିଡ-୧୯ ମାମଲାକୁ ଦୃଷ୍ଟିରେ ରଖି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସିବଲ ନିର୍ବାଚନ ଆୟୋଗକୁ ନିର୍ବାଚନୀ ସଭା ଉପରେ ରୋକ ଲଗାଇବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।

ସିବଲ ଟ୍ୱିଟ୍ କରି କହିଛନ୍ତି, ” ସୁସ୍ଥ ହେଉଥିବା ଲୋକଙ୍କ ଅପେକ୍ଷା କୋଭିଡ-୧୯ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ମୋଦିଜୀ, ଜାତୀୟ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରନ୍ତୁ। ନିର୍ବାଚନ ଆୟୋଗ ନିର୍ବାଚନୀ ସଭା ଉପରେ କଟକଣା ଲଗାଇବ ଉଚିତ। ଲୋକଙ୍କ ଜୀବନ ରକ୍ଷା କରନ୍ତୁ।”

ଆଜି ଭାରତରେ କରୋନା ସଂକ୍ରମଣ ପୁଣି ରେକର୍ଡ ଭାଙ୍ଗିଛି । ଦିନକରେ ୨,୬୧,୫୦୦ ନୂଆ ମାମଲା ଆସିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୭,୮୮,୧୦୯କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ମାମଲା ୧୮ ଲକ୍ଷ ଅତିକ୍ରମ କରିଛି। ୧୫୦୧ ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧,୭୭,୧୫୦କୁ ବୃଦ୍ଧି ପାଇଛି।

Comments are closed.