ଜେଇଇ ମେନ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ ବିଗୁଡୁଥିବା କରୋନା ସ୍ଥିତି ଦୃଷ୍ଟିରୁ ଜେଇଇ (ମେନ୍) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଚଳିତ ବର୍ଷ ଏପ୍ରିଲ ୨୭, ୨୮ ଏବଂ ୩୦ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏବେ ଏହି ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) କହିଛି ଯେ ପରୀକ୍ଷାର ଅତି କମରେ ୧୫ ଦିନ ପୂର୍ବରୁ ନୂଆ ତାରିଖ ଘୋଷଣା କରାଯିବ। ଏହାପୂର୍ବରୁ ୧୮ ଏପ୍ରିଲରେ, କରୋନା ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ନିଟ୍ ପିଜି ପରୀକ୍ଷାକୁ ବି ସ୍ଥଗିତ ରଖାଯାଇଥିଲା ।

ଜେଇଇ ମେନ୍ ପରୀକ୍ଷାର ପ୍ରଥମ ପ୍ରୟାସ ଫେବୃଆରୀ ୨୫ ରୁ ୨୬, ୨୦୨୧ରେ ଅନୁଷ୍ଠିତ ହୋଇଥିଲା | ଦ୍ୱିତୀୟ ପ୍ରୟାସ ମାର୍ଚ୍ଚରେ ହୋଇଥିଲା। ଏପ୍ରିଲରେ ଜେଇଇ ମେନ୍ ପରୀକ୍ଷା ର ତୃତୀୟ ପ୍ରୟାସ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ମହାମାରୀ ଯୋଗୁଁ ବର୍ତ୍ତମାନ ଏହି ପରୀକ୍ଷା ପ୍ରଭାବିତ ହୋଇଛି | ପ୍ରାୟ ଛଅ ଲକ୍ଷ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଦେବେ। ମାର୍ଚ୍ଚ ପ୍ରୟାସରେ ୬,୧୯,୬୩୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏବଂ ୬.୫୨ ଲକ୍ଷ ଆଶାୟୀ ଫେବୃଆରୀରେ ହୋଇଥିବା ଆଟେମ୍ପ୍ଟରେ ପଞ୍ଜୀକରଣ କରିିିଥିଲେ ।

Comments are closed.