ଜାତୀୟ ହସ୍ତଶିଳ୍ପ ମେଳା ତୋଷାଳି -୨୦୨୧ ଉଦଘାଟିତ

ଭୁବନେଶ୍ୱର- ପଂଚଦଶ ଜାତୀୟ ହସ୍ତଶିଳ୍ପ ମେଳା ତୋଷାଳି -୨୦୨୧ ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନସିଂ ଜରିଆରେ ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱରରେ ଜନତା ମଇଦାନରେ ଆସନ୍ତାମାସ ୪ ତାରିଖ ଯାଏଁ ଚାଲିବ ତୋଷାଳି ମେଳା । ପୂର୍ବ ଭାରତର ସର୍ବବୃହତ ଏହି ମେଳାରେ କୋଭିଡ ନିୟମ କଡାକଡି ଭାବେ ପାଳନ ହେଉଛି । ମେଳା ଉଦଘାଟନ ବେଳେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.