ଜାମ୍ମୁ କାଶ୍ମୀରର ବାରାମୁଲ୍ଲାରେ ସୁରକ୍ଷା ବାହିନୀ-ଆତଙ୍କବାଦୀ ଏନକାଉଣ୍ଟର

ଶ୍ରୀନଗର – ଜାମ୍ମୁ କାଶ୍ମୀରର ବାରାମୁଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ଘଟଣା ସାମ୍ନାକୁ ଆସିଛି। ଦୁଇରୁ ତିନି ଜଣ ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୂଚନାନୁସାରେ, ଦୁଇରୁ ତିନି ଜଣ ଆତଙ୍କବାଦୀ ଭାନିଗାମ ପିୟରେ କ୍ରେରି ଅଞ୍ଚଳରେ ଲୁଚି ରହିଥିବା ଖବର ପାଇ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟ ମଧ୍ୟରେ ଆତଙ୍କବାଦୀମାନେ ଫାୟରିଂ କରିଥିଲେ । ସୁରକ୍ଷା ବାହିନୀ ମଧ୍ୟ ଏହାର ଜବାବ ଦେଇଥିଲେ।

ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ ବ୍ୟାରିକେଡ୍ ସହିତ ଏହି ଅଞ୍ଚଳକୁ ସିଲ୍ କରାଯାଇଛି। ସେ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା କିନ୍ତୁ ସେମାନେ ଶୁଣି ନଥିଲେ ଏବଂ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ମଧ୍ୟ ପାଲଟା ଜବାବ ଦେଇଥିଲେ ।

Comments are closed.