ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ପଂଚାୟତ ପିଇଓ

ଭୁବନେଶ୍ୱର – ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଗୁଣୁପୁର ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟରରେ ଚଢାଉ ହୋଇଛି । ବ୍ରହ୍ମପୁରରେ ଥିବା ଘର, ପୁରୀ ଆପାର୍ଟମେଂଟ ଓ ଧରାକୋଟରେ ଥିବା କ୍ରସର ଫ୍ୟାକଟ୍ରିରେ ବି ଭିଡିଲାନଓ ଚଢାଉ କରିଛି । 

ସେପଟେ ସୁବର୍ଣ୍ଣପୁର ଚେରୁପାଲି ପିଇଓ ଦୁର୍ଯ୍ୟୋଧନ ମେହେରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାସଭବନ ସମେତ ପଂଚାୟତ ଅଫିସରେ ଚଢାଉ କରିଛି ଭିଜିଲାନ୍ସ ।

Comments are closed.