କରୋନା ଅପଡେଟ୍: ଦେଶରେ ଆଉ ୨୪,୭୧୨ ନୂଆ ମାମଲା, ୩୧୨ ମୃତ

ନୂଆଦିଲ୍ଲୀ – କ୍ରମାଗତ ଚତୁର୍ଥ ଦିନ ଭାରତରେ ଦୈନିକ କରୋନା ମାମଲା ୨୫ ହଜାରରୁ କମ୍ ରହିଛି । ଏବଂ କ୍ରମାଗତ ୧୩ ଦିନ ପାଇଁ ଏହି ସଂଖ୍ୟା ୩୦ ହଜାରରୁ ତଳେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୪,୭୧୨ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ଏହି ମହାମାରୀରେ ୩୧୨ ଲୋକଙ୍କ ଜୀବନ ଯାଇଛି । ଭଲ ଖବର ହେଉଛି ଗତ ୨୪ ଘଣ୍ଟାରେ କରୋନାରୁ ଆଉ ୨୯,୭୯୧ ରୋଗୀ ସୁସ୍ଥ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତରେ ମୋଟ କରୋନା ମାମଲା ୧ କୋଟି ୧ ଲକ୍ଷକୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ଏପର୍ଯ୍ୟନ୍ତ ଏକ ଲକ୍ଷ ୪୬ ହଜାର ୭୫୬ ଲୋକ ପ୍ରାଣ ହରାଇଛନ୍ତି। ମୋଟ ସକ୍ରିୟ ମାମଲା ୩ ଲକ୍ଷରୁ କମ୍ ରହିଛି । ଏପର୍ଯ୍ୟନ୍ତ ମୋଟ ୯୬ ଲକ୍ଷ ୯୩ ​​ହଜାର ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.