ଜିରୋ ନାଇଟ ସେଲିବ୍ରେସନ ମନା, ଆଜି ସାରାରାଜ୍ୟରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ

ଭୁବନେଶ୍ୱର- ଆଜି ରାତିରେ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୧୦ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇ ଆସନ୍ତାକାଲି ସକାଳ ୫ଟା ଯାଏଁ ବଳବତ୍ତର ରହିବ । କୋରୋନା ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । କେଉଁଟି ବି ଭିଡ ନ ଜମିବ, ସେଥିପାଇଁ ରାତି ୧୦ଟାରୁ କର୍ଫ୍ୟୁ ଜାରି କରାଯିବ । କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ ।

ଏନେଇ ଏସଆରସି ପି.କେ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ହୋଟେଲ, ବାର୍‌, ରେଷ୍ଟୁୁରାଂଟ, କ୍ଲବ ଓ କଲ୍ୟାଣ ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଜାରି କରାଯାଇଛି । ଲୋକଙ୍କୁ ଘରେ ରହି ନୂଆ ବର୍ଷ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

Comments are closed.