ନୂଆ କରୋନା ଷ୍ଟ୍ରେନ୍‌: ଭାରତରେ ଆଉ ପାଞ୍ଚ ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୨୫କୁ ବୃଦ୍ଧି

ନୂଆଦିଲ୍ଲୀ – ଭାରତରେ ନୂଆ କରୋନା ଷ୍ଟ୍ରେନର ଆଉ ପାଞ୍ଚଟି ମାମଲା ସାମ୍ନାକୁ ଆସିଛି । ଏଥିସହ ଦେଶରେ ଏହି ନୂଆ ଷ୍ଟ୍ରେନ୍‌ର ମୋଟ ମାମଲା ୨୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ପାଞ୍ଚ ନୂଆ ମାମଲା ଭିତରୁ ପୁଣେରେ ୪ଟି ମିଳିଥିବା ବେଳେ ଦିଲ୍ଲୀରୁ ଗୋଟିଏ ଚିହ୍ନଟ ହୋଇଛି । ବ୍ରିଟେନରେ ପ୍ରଥମେ ଆବିଷ୍କୃତ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ଭାରତ ସମେତ ବହୁ ଦେଶ ବ୍ରିଟେନରୁ ସବୁ ଫ୍ଲାଇଟ୍ ସାମୟିକ ଭାବେ ବାତିଲ କରିଛନ୍ତି । ବ୍ରିଟେନରୁ ଫ୍ଲାଇଟ୍ କଟକଣା ଅବଧିକୁ ଭାରତ ଜାନୁୟାରୀ ୭ ପର୍ଯ୍ୟନ୍ତ ବଢାଇ ଦେଇଛି । ନୂଆ କରୋନା ଷ୍ଟ୍ରେନ୍ ୭୦% ଅଧିକ ସଂକ୍ରାମକ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Comments are closed.