ଜୁନ୍ ୨୩ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ

ନୂଆଦିଲ୍ଲୀ: କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ଜୁନ୍ ୨୩ରେ ନିର୍ବାଚନ ହେବ । ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଜୁନ୍ ୭ ସୁଦ୍ଧା ନାମାଙ୍କନ ଦାଖଲ କରାଯିବ । ଆଜି ବସିଥିବା ଦଳର କାର୍ଯ୍ୟକାରିଣୀ (ସିଡବ୍ଲୁସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସିଡବ୍ଲୁସିର ଅଧ୍ୟକ୍ଷତା କରିଥିବା ସୋନିଆ ଗାନ୍ଧି କହିଛନ୍ତି ଯେ, ନିକଟରେ ବିଧାନସଭା ନିର୍ବାଚନରେ ବିଫଳତାକୁ ଦଳ ଗମ୍ଭୀରତାର ସହ ନେବା ଉଚିତ । ବିଧାନସଭା ନିର୍ବାଚନରେ ଆମ ପ୍ରଦର୍ଶନ କାହିଁକି ଆଶାଜନକ ହୋଇନଥିଲା ତାହାର ସମୀକ୍ଷା କରିବାକୁ ପଡିବ । ବିଧାନସଭା ନିର୍ବାଚନ ଫଳାଫଳ ଆମକୁ ନିଜ ଘର ସଜାଡିବାକୁ ସନ୍ଦେଶ ଦେଇଛି । ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନର ସମୀକ୍ଷା କରିବାକୁ ଏକ ଛୋଟ ଦଳ ଗଠନ କରାଯାଇଛି । ସେମାନେ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜି ରିପୋର୍ଟ ବୋଲି ସୋନିଆ କହିଛନ୍ତି ।

Comments are closed.